ସୋମନାଥ ବ୍ରତା କଥା PDF ଓଡିଆ
Download PDF of Somnath Brata Katha Odia
Shiva ✦ Vrat Katha (व्रत कथा संग्रह) ✦ ଓଡିଆ
ସୋମନାଥ ବ୍ରତା କଥା ଓଡିଆ Lyrics
|| ସୋମନାଥ ବ୍ରତ କଥା (Somnath Brata Katha Odia PDF) ||
ଏକ ଦିନକରେ କୈଳାସ ଶିଖରରେ ଈଶ୍ଵର ପାର୍ବତୀଙ୍କୁ ସଙ୍ଗତେ ଘେନି ଆନନ୍ଦରେ ବିହାର କରୁଛନ୍ତି । ସେଠାରେ ତେତିଶି କୋଟି ଦେବତା ବସିଛନ୍ତି । ଏମନ୍ତ ସମୟରେ ପାର୍ବତୀ ପଚାରିଲେ, ହେ ସ୍ଵାମୀ ! କେଉଁ ବ୍ରତ କଲେ ତୁମ୍ଭ ମନରେ ସନ୍ତୋଷ ହୁଅଇ ମୋତେ କହିବା ହୁଅନ୍ତୁ । ମୁଁ ସେ ବ୍ରତ କରିବି । ଏହା ଶୁଣି ଈଶ୍ବର ହସି ହସି କହିଲେ, ଭୋ ଦେବୀ ପାର୍ବତୀ, ତାହା କହୁଅଛି ଶୁଣ ।
ଆମର ସୋମନାଥ ବ୍ରତ ବୋଲି ଗୋଟିଏ ପ୍ରଧାନ ବ୍ରତ ଅଛି। ତୁମେ ସେ ବ୍ରତ କର। ପାର୍ବତୀ ପଚାରିଲେ, ସେ ବ୍ରତ କଲେ କିଫଳ ମିଳଇ ? ହେ ପ୍ରିୟେ କହୁଛି ଶୁଣା। ପୂର୍ବକାଳରେ ମାଳବ ଦେଶର ବୀରବିକ୍ରମ ପାଟିଳି ବୋଲି ଜଣେ ରାଜା ଥାନ୍ତି । ସେହି ରାଜ୍ୟକୁ ଆମର ଷାଠିଏକଣ କପୋତି ଗଲେ । ସେହି ରାଜ୍ୟର ଲୋକମାନେ ସୋମନାଥ ବ୍ରତ କରୁଛନ୍ତି ।
କପୋତିମାନେ ସେ ନଗର ଦେଖୁ ବଡ଼ ସନ୍ତୋଷ ହେଲେ। କପୋତିମାନେ ରାଜସିଂହଦ୍ଵାରେ ପ୍ରବେଶ ହେଲେ। ଦ୍ଵାରପାଳକୁ କହିଲେ ଆମ୍ଭେ ଯାଇ ରାଜାଙ୍କୁ ଭେଟିବୁ । ଦ୍ଵାରପାଳ ଯାଇ ରାଜାଜ୍ଞ କହିଲା, ଶ୍ରୀ ସୋମନାଥଙ୍କର ଷାଠିଏ ଜଣ କପୋତି ଆସିଛନ୍ତି, ତୁମ୍ଭଙ୍କୁ ସୋମନାଥଙ୍କର ପ୍ରସାଦ ହେବେ । ଦ୍ଵାରପାଳ ବଚନ ଶୁଣି ରାଜା ବଡ଼ ସନ୍ତୋଷ ହେଲେ । ରାଜା କହିଲେ, ତାଙ୍କୁ ଘେନିଆସ ।
ଦ୍ଵାରପାଳ ଯାଇ କହିଲା ହେ କପୋତିମାନେ, ତୁମ୍ଭେ ଭିତରକୁ ଆସ । ଏ ବଚନଶୁଣି କପୋତିମାନେ ରାଜାଙ୍କ ଛାମୁକୁ ଗଲେ। ରାଜା କପୋତୀମାନଙ୍କୁ ଅର୍ଘ୍ୟଦେଇ ପୂଜା କଲେ । କପୋତିମାନେ ସନ୍ତୋଷ ହୋଇ ଶ୍ରୀ ସୋମନାଥଙ୍କୁ ବ୍ରତ ବିଭୂତି ପ୍ରସାଦ ଦେଲେ । ରାଜା କପୋତିମାନଙ୍କୁ ପଚାରିଲେ, ହେ କପୋତ୍ରୀମାନେ କାହିଁକି ଏଠାକୁ ଆସିବା ହେଲେ, ଏହା କହିବା ହେଉ ?
କପୋତିମାନେ କହିଲେ, ଆମ୍ଭେ ପଶ୍ଚିମ ସୋମନାଥଙ୍କ କପୋତୀ, ତୁମର କୀ ଶୁଣି ଏଠାକୁ ଅଇଲୁ । ଏହା ଶୁଣି ରାଜା ବଡ଼ ସନ୍ତୋଷ ହେଲେ I ହେ କପୋତାମାନେ ଆଜି ମୋହର ବଡ଼ ଭାଗ୍ୟ ଆଜି ମୋହର ପୁରରେ ରହି ଭୋଜନ କରିବ । ଏ ଉ ରୁ ରାଜା ରାନ୍ଧୁଣିଆମାନଙ୍କୁ ଡକାଇ କହିଲେ, ହେ ସୁପକାରମାନେ ସୋମନାଥଙ୍କଠାରୁ ଷାଠିଏ ଜଣ କପୋତି ଆସିଛନ୍ତି, ସେମାନେ ଭୋଜନ କରିବେ ।
ଏହାଶୁଣି ସୁପକାରମାନେ ଯାଇ ଷଡ଼ରସ ପାକ ନିର୍ଭାକଲେ। ରାଜାଙ୍କୁ ଯାଇ ଜଣାଇଲେ ଭୋ ଦେବ, ପାକ ନିର୍ଭା ହେଲା I ରାଜା କପୋତିମାନଙ୍କୁ କହିଲେ ସ୍ନାନକରି ଆସ, ବହୁତ ଉଛୁର ହେଲାଣି । ଏହାଶୁଣି କପୋତିମାନେ ସ୍ନାନକରି ନିତ୍ୟକର୍ମ ସାରି ଭୋଜନ ମନ୍ଦିରେ ପ୍ରବେଶ ହେଲେ । ରାଜା କପୋତିମାନଙ୍କୁ ଆସନ ଦେଇ ବସାଇଲେ । ରାଜା ବସିଲେ ପତ୍ର ପକାଇଲେ । ସୁବର୍ଣ୍ଣ ଝରିରେ ଜଳ ଦେଲେ ।
ଅନ୍ନ ପରସିଲେ, ନାନାଦି ବ୍ୟଞ୍ଜନ ଦେଲେ, ଘୃତ ଦେଲେ, ଖାରି ପିଠା ଦେଲେ, ଲଡୁ ଛେନା ଦେଲେ। କପୋତିମାନେ ଭୋଜନ କଲେ । କପୋତିମାନେ କହିଲେ ଆମ୍ଭେ ସନ୍ତୋଷ ହେଲୁ । ହେ ରାଜା ତୁମ୍ଭେ କି ବର ମାଗୁଛି ମାଗ। ରାଜା କହିଲେ ମୁଁ କି ବର ମାଗିବି ? ତୁମେ ଯାଚିକରି ଦିଅ । କପୋତିମାନେ କହିଲେ ଆମ୍ଭର ସୋମନାଥ ବ୍ରତ କର I ପୁତ୍ରପୁତ୍ରୀ ଅନେକ ସମ୍ପଦ ପାଇବ । ରାଜା ହରଷ ହୋଇ ବୋଇଲେ, ହେ କପୋତୀମାନେ ସେ ବ୍ରତର ବିଧାନ ଆମ୍ଭଙ୍କୁ କହିବା ହେଉ । କପୋତିମାନେ ବୋଇଲେ ହେ ରାଜାଶୁଣ ।
ଆଶ୍ୱିନ ମାସ ଶୁକ୍ଳ ଦଶମୀ ଦିନ ଏ ବ୍ରତ କରିବ ପ୍ରାତଃକାଳୁ ସ୍ନାନ କରିବ, ଦଶମେ ହଳଦୀ କରିବ, ଦେଶ ମେ ଗନ୍ଧ କରିବ। ଦଶଖଣ୍ଡ ଦାନ୍ତକାଠି କରିବ, ଦଶଥର ତାକୁ ଘଷିବ, ଗନ୍ଧ ହଳଦୀ ଲଗାଇ ଦଶଥର ସ୍ନାନ କରିବ, ଶୁକ୍ଳ ବସ୍ତ୍ର ପିନ୍ଧିବ, ଦଣ ବର୍ଷକ ଫୁଲ କରିବ । ଦଶଖୁଅ ସୁତା କରିବ, ବ୍ରତରେ ଦଶ ଗଣ୍ଠି ପକାଇବ । ସ୍ଫଟିକ ଲିଙ୍ଗ କରିବ । ନହେଲେ ମୁ କାରେ ଲିଙ୍ଗ ତିଆରି କରିବ । କୁହ ମଣ୍ଡଳ କାଟି ଲିଙ୍ଗ ସ୍ଥାପନ କରିବ । ଦଶବର୍ଣ୍ଣ ପୂଜା ଦେଇ ଦଶଗୋଟି ପିଠାକରି ପୂଜା କରିବ ।
ବ୍ରାହ୍ମଣଙ୍କ ଠାରୁ ସୋମନାଥ ବ୍ଲଡ କଥା ଶୁଣିବ କଥା ଶୁଣିପାରି ଦୂର୍ବାକ୍ଷତ ଚଢାଇବ, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବ । ଏହି ବିଧା ଅନୁସାରେ ବ୍ରତ କଲେ ମନବାଞ୍ଛିତ ଫଳ ପାଇବ । ରକା ଏ ବଚନ ଶୁଣି କହିଲେ – ହେ କପୋଳିମାନେ ଏ ବ୍ଲଡ ମୋ ମନକୁ ପାଇଲାନି । ତ୍ରିଲୋକର ରାଜା ଭଲ ବ୍ରତ କଲା ବୋଲି ଲୋକେ ଉପହାସ କରିବେ । ରାଜାଙ୍କ ବଚନ ଶୁଣି କପୋଡିମାନେ କହିଲେ – ହେ ରାଜା, ଏ କଥା ଶୁଣି ଆମ ମନରେ କଷ୍ଟ ହେଲା। ତୁମେ ସେମନାଥ ବ୍ରତ ନିନ୍ଦା କଲା । ଏତୁକରି ତୁମ ଦେହରେ କୃଷ୍ଣବ୍ଧ ହେଲା I
କପୋତିମାନେ ଏପରି ଶାପ ଦେଇ ବାହାରିଗଲେ । ସେହିକ୍ଷଣି ରାଜା ଦେହରେ କୃଷ୍ଣବ୍ୟ ହେଲା I କର ଚରଣ ଖଣିଆ ହେଲା । ରାଜା ଏହା ଦେଖୁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଭାରିଯାକୁ ପୂର୍ବ ବ୍ଧ ତ ସବୁ କହିବାରୁ ରାଣୀ କହିଲେ, ତୁମେ ଶ୍ରୀ ସୋମନାଥଙ୍କୁ ନିନ୍ଦା କରିବାରୁ ଦୂମକୁ ଏହା ହେଲା I ତୁମେ ଶ୍ରୀ ସୋମନାଥଙ୍କ ଦର୍ଶନ କରିବା ସକାଶେ ଯାଏ I ତୁମର ଏହି ରୋଗ ଭଲ ହେବ । ରାଜା ଏହା ଶୁଣି ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଉଦ୍ଯୋଗ କଲେ I ରାଣୀଙ୍କୁ କହିଲେ, ଆପେ ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯାଉଛୁ ।
ରୋଗ ଭଲ ହେବ । ଏହା ଶୁଣି ରାଣୀ କହିଲେ, ମୁଁ ପତିବ୍ରତା କାହାକୁ ପେନିତି । ରାଜା କହିଲେ ଆମର କଠାଉକୁ ପୂଜା କରିବ । ଏହିପରି ରାଜା କହିବାରୁ ରାଣ କଠାଇ ପୂଜାକରି ରହିଲେ। ଇଜା ସମସ୍ତଙ୍କୁ ପ୍ରବୋଧନା ଦେଇ ନଥରରୁ ବାହାରିଗଲେ । ସେ ପଶ୍ଚିମ ସୋମନାଥଙ୍କୁ ଭେଟିଲେ। ଶ୍ରୀ ସୋମନାଥଙ୍କୁ ସ୍ତୁତିକରି ଭଚ ପାଠକଲେ । ଚାର ବିକ୍ରମ ପାଟକି ରାଜାସର ଆଜ୍ର ସହି ନପାରି କପୋତିମାନେ ଶ୍ରୀ ସୋମନାଥଙ୍କୁ କହିଲେ, ହେ ପ୍ରଭୁ ବୀରବିକ୍ରମ ଶଳା ରାଜ୍ୟ ଛାଡ଼ି ତୁରଙ୍କୁ ଦର୍ଶନ କରିବାକୁ ଆସିଛି ।
ଶ୍ରୀ ସୋମନାଥ କହିଲେ, ତାକୁ ଛାଡ଼ି ନଦେଇ ଦୂରେ ରଖ । କପେନିମାନେ ଯାଇ ରହିଲେ, ହେ ରାଜା ! ପ୍ରଭୁସର ଅଜ୍ଞା ନାହିଁ। ତା ଅଜ୍ଞା ହେଲେ ଆସିବ, ଏହି ମଣ୍ଡପରେ ଥାଏ । ତେଣେ ରାଜ୍ୟ ହତଲକ୍ଷ୍ମୀ ହେଲା । ରାଜ୍ୟର ପୁଅ ଭିକ୍ଷାମାଣି ଆଣିଲେ ରାଣୀ ରନ୍ଧା କରନ୍ତି । ଏହିରୂପେ କେତେଦିନ ଗଲା । ଦିନେ ରଜା ପୁଅ ଗୋଟିଏ ଗ୍ରାମକୁ ଭିକ୍ଷା ମାଗି ଯାଇଥିଲା ।
ସେ ଗ୍ରାମର ଯାତ୍ର ମନ୍ତ୍ରୀ ପଚାରିଲେ ତୁମେ ଓ ବିକ୍ରମ ରାଜାଙ୍କର ପୁଅ, କାହିଁକି ଭିକ୍ଷା କରୁଅଛି । ଏହାଶୁଣି ରାଜକୁମାର ତାଙ୍କୁ କହିଲା – ଆମ ରାଜ୍ୟ ସୋମନାଥଙ୍କର ବ୍ଲଡ ନିନ୍ଦା କରିବାରୁ ତାଙ୍କ ହାତ ଗୋଡ଼ ଓଣିଆ ହୋଇ ହଲକ୍ଷ୍ମୀ ହେଲେ। ତେଣୁ ମୁଁ ଭିକ୍ଷା କରୁଛି । ପାତ୍ରମନ୍ତ୍ରୀମାନେ ରାଣୀଙ୍କୁ ରାଜ୍ୟରୁ ଘଉଡ଼ି ଦେଲେ । ସେ ରାଜ୍ୟରେ ପାତ୍ର ରାହାହେଲେ । ରାଣୀ ଦୂରଗୋଟି ଘୋଉଲି ଧରି ବ୍ରାହ୍ମଣ ଶାସନରେ ରହିଲେ ।
ଏକ ଦିନରେ ଶ୍ରୀ ସୋମନାଥଙ୍କ କପୋତିମାନେ ପୂଣି ସେହି ବ୍ରାହ୍ମଣ ଶାସନକୁ ଗଲେ । ବ୍ରାହ୍ମଣାମାନେ ଶ୍ରୀ ସୋମନାଥଙ୍କ କପେଜୀମାନଙ୍କୁ ଦେଖି ପୂଜା କଲେ । କପେନୀମାନେ କହିଲେ – ତୁମେମାନେ ଶ୍ରୀ ସୋମନାଥ ବ୍ଲଡ କର । ଏହି ବ୍ରତ କଲେ ଧନ, ଜନ, ଗୋପଲକ୍ଷ୍ମୀ ପାଇବ । ଏହାଶୁଣି ବ୍ରାହ୍ମଣୀମାନେ କହିଲେ, ସେ ବ୍ରତ କିପରି କହନ୍ତୁ । କପୋରୀମାନେ କହିଲେ, ସେ ଚୁତର ବିଧାନ ଶୁଣା ଦର୍ଶବର ଫୁଲ ତରିବ, ଦଶ ବର୍ଷର ଫଳ କରିବ, ଦୂତ ଦଣନାଡ଼ କରିବ, ଦଶଗୋଟି ଶୁକ୍ତ ଉଆଚାରନ କରିବ ।
ଦଶଖିଅ ସୂତା କରିବ, ବ୍ରତରେ ଦଶ ଗଣ୍ଠି ପକାଇବ, ଦଶବର୍ଷର ପୁର ପୁରଦେଇ ଦଶଟି ପିଠା କରିବ, ରୁଦ୍ମ ମଣ୍ଡଳ କାଟିବ, ଅର୍ଘ୍ୟ ଦେବ, ଦଶବର୍ଷର ପୁରଦେଇ ପି ପିଠାକରି ସୋମନାଥଙ୍କୁ ପୂଜା କରିବ ଓ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବ । ଏହାଶୁଣି ବ୍ରାହ୍ମଣୀମାନେ ହଋଷ ଋଷ ହୋଇ ବ୍ରତ କଲେ I 21 ଏମନ୍ତ ସମୟରେ ରାଣୀଙ୍କ ପୋଇଲି ଦେଖୁ ରାଣିଙ୍କି କହିଲେ। ରା । ରାଣୀ କହିଲେ ମୁଁ ସୂତା କଟାଇ, ତୁ କଟାଇ, ତୁ ପାଣି ଆମ୍ଭେ କି ବ୍ରତ କରିବା। ପୋଇଲି କହିଲା ବ୍ରାହ୍ମଣୀମାନଙ୍କୁ ବ୍ରତ ମାଗିବା । ପୋଇଲି ପାଇଲି ଯାଇ ବ୍ରାହ୍ମଣିଙ୍କି ବ୍ରାହ୍ମଣିଙ୍କି ବ୍ରତ ମାଗିଲା ।
ବ୍ରାହ୍ମଣୀମାନେ ବ୍ରତ ଦେଲେ। ରାଣୀ ବିଧା ଅନୁସାରେ ବ୍ରତ କଲେ। ବ୍ରତ କରିବା ସୋମନାଥଙ୍କର ଦୟା ହେଲା । କେତେଦିନ ଉ ରୁ ରାଜାର ଗୋଡ଼ ସୋମନାଥଙ୍କୁ ଦର୍ଶନ କଲେ। କପୋତିମାନେ କହିଲେ ହେ ରାଜା, କଖାରୁ ଫୁଲରେ ଦେହ କ କରଇ ବୋଲି କହିଲୁ। ମଣ୍ଡାପିଠାରେ ତାଳୁ ଛିଡ଼ଇ ବୋଲି କହିଲୁ। ସେଥିଯୋଗୁଁ ଏ ଦୁଃଖ ପାଇଲୁ ତୋର ଭାରିଜା ବିଧୂ ଅନୁସାରେ ଶ୍ରୀ ସୋମନାଥ ବ୍ରତ କରିବାରୁ ସୋମନାଥ ପ୍ରଭୁଙ୍କା ଦୟାହେଲା ତୁ ରାଜ୍ୟରୁ ଯାଅ । ରାଜା କହିଲେ, ତୁମର ବଚନ ନାୟି କରିବାରୁ ମୁଁ କଷ୍ଟ ପାଇଲି ।
ଏହାଶୁଣି ରାଜ୍ୟକୁ ଗଲେ । ଦେଖୁଲେ ରାଜ୍ୟରେ ରାଣୀ ନାହାନ୍ତି । ଲୋକ ପଠାଇ ବ୍ରାହ୍ମଣ ଶାସନରୁ ରାଣୀଙ୍କୁ ଆଣିଲେ। ରାଣୀ ସକଳ କଥା ରାଜାଙ୍କୁ କହିବାରୁ ରାଜା ଗାତଖୋଳି ପାତ୍ରର ବଂଶସାରା ପୋତାଇ ଦେନେ ରାଜା ରାଣୀ ପୁତ୍ର ପୌତ୍ରୀ ଧରି ସୁଖରେ ରହିଲେ । ନାରୀମାନେ ବିଧୂ ଅନୁସାରେ ଧନଧାନ୍ୟ ପୁତ୍ର ପୌତ୍ରୀ ଧରି ଘର କରନ୍ତି । ଅନ୍ତେ ସଦ୍ଗତି ଲଭନ୍ତି । ଦେଲେ ।
॥ ଇତି ଶ୍ରୀ ସୋମନାଥ ବ୍ରତକଥା ସମ୍ପୂର୍ଣ୍ଣ ॥
Join HinduNidhi WhatsApp Channel
Stay updated with the latest Hindu Text, updates, and exclusive content. Join our WhatsApp channel now!
Join Nowସୋମନାଥ ବ୍ରତା କଥା

READ
ସୋମନାଥ ବ୍ରତା କଥା
on HinduNidhi Android App
DOWNLOAD ONCE, READ ANYTIME
Your PDF download will start in 15 seconds
CLOSE THIS
