|| ସୁଦଶା ବ୍ରତ କଥା ||
ବୈବସ୍ଵତ୍ ମନ୍ ପୁଚ୍ଛାକଲେ, ଭୋ ଅଗସ୍ତି ମୋତେ ପଦ୍ମ ପୁରାଣକଥା କହିବା ହେଉ ଅଗସ୍ତି କହିଲେ, ମହାଲକ୍ଷ୍ମୀ କଥା ଶୁଣିଲେ ବହୁତ ପୁଣ୍ୟ ହେବ। ଧନଜନ, ଆୟୁବଳ ପ୍ରାପ୍ତ ହେବ । ସ୍ତ୍ରୀ ସୁଲକ୍ଷଣୀ ହୋଇବ। ସୂତମୁନି କହିଲେ, ସେ କଥା ମୋତେ କୁହନ୍ତୁ । ଅଗସ୍ତି କହିଲେ ସତ୍ୟଯୁଗେ ବାର ବିକ୍ରମ ନାମେ ଜଣେ ରାଜା ଥିଲେ । ରାଣୀ ନାମ ରତ୍ନାବତା । ମନ୍ତ୍ରୀଙ୍କ ନାମ ତ୍ରୀକୁଟେଶ୍ଵର ଓ ମନ୍ତ୍ରୀଙ୍କ ପତ୍ନୀଙ୍କ ନାମ ପଦ୍ମାବତୀ । ଏ ଦୁହେଁ ସଖୀ ସମୁଦ୍ର ମୁଦ୍ରକୁ ସ୍ନାନ କରିବାକୁ ଗଲେ। ଦେଖିଲେ ସ୍ଵର୍ଗରୁ ଦେବକନ୍ୟାମାନେ ଆସି ସ୍ନାନ କରୁଛନ୍ତି । ସ୍ନାନତଟରେ ଗୋଟିଏ ମଣ୍ଡପ ଅଛି । ତହିଁରେ ସେ ଦେ のりの କନ୍ଯାମା ମାନେ ଗୋଟିଏ ମଣ୍ଡପ ସ୍ଥାପି ଗୁଆ ଘୂତ ଜାଗର ଦେଇ ଗୋସାମଣୀଙ୍କୁ ପୂଜା କରୁଛନ୍ତି । ଏମନ୍ତ ଦୁଇ ସଖୀ ଦେବକନ୍ୟାଙ୍କ ପଚାରିଲେ, ଏ ତୁମର କି ବ୍ରତ ? ଦେବକନ୍ଯାଏ କହିଲେ ଏ ଆମର ସୁଦଶା ବ୍ରତ ।
ଏହି ଏହା କଲେ ମନୋବ ) ମନୋବାଞ୍ଛା ପୂର୍ଣ ହୁଅର । ଏ ବ୍ରତ 3 ତୁମେ କର | । ମପୁରରେ F ରେ ବିଖ୍ଯାତ ।।। ପଦ୍ମାବତୀ ଓ ରତ୍ନାବତୀ କହିଲେ ହିଲେ, ଏହାର ବିଧାନ କୁହ ଦେବକନ୍ୟା କହିଲେ, ଏ ବ୍ରତ ଅଗସ୍ଥି ଆମଙ୍କୁ କହିଥିଲେ। ଯେଉଁଦିନ ଯେଉଁ ଶୁକ୍ଳ ପକ୍ଷରେ ଦଶମୀ ଗୁରୁବାର ହୁଏ, ସେ ଦିନ ଲକ୍ଷ୍ମୀଙ୍କ ସୁଦଶା ଶା ବ୍ରତ ହୁଅର । ତହିଁର ବିଧୂବିଧାନ ଶୁଣ । ଦଶକେରା କ୍ଲବ, ହଳଦୀଚୂର୍ଣ, ଦଶଗୋଟି ଗୁଆ, ଦଶବର୍ଷର ପୁଷ୍ପ (ଶୁକ୍ଳ ପା ବର୍ଷ ଓ ରକ୍ତ ପା ବର୍ଷ) ପାଟସୂତା ଦଶଖୁଅ ତ୍ରିଗୁଣ କରି ବଳିବ। ନ ମିଳିଲା ପ୍ରାୟେ ଶୁକ୍ଳ ସୁତାରେ ବ୍ରତ କରି ତହିଁରେ ଦଶଗଣ୍ଠି ପକାଇବ। ଗୁଆ ଘୃତରେ ଦଶଖୁଅ ସୁତା ବଳିତା କରି ଦୀପ କାଳିବ। ଦଶଗୋଟି ପିଠା ତହିଁରେ ଛେନା, ନଡ଼ିଆ, ମୁଗ, ଜାରା, କର୍ପୂର ଦେଇ ବିଧମତେ ପୂଜା ସ୍ଥାନରେ ପଦ୍ମ ଗୋଟିଏ ଲେଖୁବ। ଆଚାର୍ଯ୍ୟ ବରଣ କରି ପଦ୍ମ ପୁରାଣ କଥା ଶୁଣିବ, ପୂର୍ବୋକ୍ତ କଥା କହୁଛି ଶୁଣା
ବୀର ବିକ୍ରମାଦିତ୍ୟ ନାମେ ଜଣେ ରାଜା ଥିଲେ । ରାଣୀଙ୍କ ନାମ ସୁଲକ୍ଷଣା, ମନ୍ତ୍ରୀର ଭାରିକା ନାମ ଦୁଲୁଣୀ। ଏ ଦୁହେଁ ପରଲୋକ ହେଲାରୁ ଯମରାଜ ପାପପୁଣ୍ୟ ବୁଝିବାରୁ ମନ୍ତ୍ରୀ ଭାରିଜା ବଡ଼ ହେଲା। ରାଣୀ କହିଲେ ମୁଁ ବଡ଼, କାହିଁକି ପାଦତଳେ ରହିଲି । ସେ କହିଲେ ତୁ ଲକ୍ଷ୍ମୀବ୍ରତ କରିନାହୁଁ । ସେ ଲକ୍ଷ୍ମୀ ବ୍ରତ ପ୍ରସାଦରୁ ଦୁର୍ଗକୁ ଗଲା। ତୁ ଏହି ବ୍ରତ କଲେ ସ୍ୱର୍ଗକୁ ଯିବୁ । ସେ ଦୁହେଁ ପୁଣି ମରେ ଜନ୍ମ ହେଲେ, ରାଣୀ ମନ୍ତ୍ରୀ ଘରେ ଓ ମନ୍ତ୍ରୀ ପତ୍ନୀ ରାଜକୁଳେ ଜନ୍ମ ନେଲେ। ଏକାନଗ୍ରେ ଦୁହେଁ ମଇତ୍ର ହୋଇ ରହିଲେ। ତଦନ୍ତରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଗୁରୁବାର ହେଲା, ମନ୍ତ୍ରୀ ଭାରିକା ରାଣୀଙ୍କୁ କହିଲେ, ଆଜି ସୁଦଶା ବ୍ରତ ହୋଇଛି, ରାଣୀ ରାଜାଙ୍କୁ ଏହା କହିଲେ ।
ରାଜା ଶୁଣି ନଗ୍ରରେ ଝୋଟି ଦିଆଇ ଦିବ୍ୟ ଚାନ୍ଦୁଆ ଟାଣି ଲେ। ରାଣୀ ସୁଦଶା ବ୍ରତ କରୁଛନ୍ତି I ଶୁକ୍ଳ ପାଟରେ ବ୍ରତକରି ମହାଲକ୍ଷ୍ମୀ ନାମଧରି ଗଣ୍ଠି ପକାଇବେ । ଏ ରୂପରେ ଦଶଗଣ୍ଡି – ପ୍ରଥମେ ମହାଲକ୍ଷ୍ମୀ. ୨ୟେ କମଳା, ୩ୟେ ପଦ୍ମା, ୪ର୍ଥେ ହରିପ୍ରିୟା, ୫ମେ ଦାରିଦ୍ୟାଭଞ୍ଜନା, ୬ଷ୍ଠ କୌମଦକୀ, ୭ମେ ଗଜବାହିନୀ, ୮ମେ ଚ ଳା, ୯ମେ ଜାନକୀ ଓ ୧୦ମେ ରୁକ୍ମିଣୀ। ଏହାଙ୍କ ନାମଧରି ଦଶଗଣ୍ଠି ପକାଇବ, ବ୍ରାହ୍ମଣ ଚରଣ କରି କଥା ଶୁଣିବ। ଏହିରୂପେ ବ୍ରତକରି ହସ୍ତରେ ବନ୍ଧନ କଲେ, ପିଠା ପଣାଳଲେ । ଏମନ୍ତ୍ର କେତେଦିନ ଅକ୍ରରେ ମନ୍ତ୍ରୀ ଭାରିଯାର ବ୍ରତ ହଜିଲା I ବ୍ରତ ନପାଇ ସେ ତିନିଦିନ ଉପବାସେ ରହିଲା ।
ମନ୍ତ୍ରୀ ଭାର୍ଯ୍ୟାର ଦେହ କ୍ଷୀଣ ହେବାରେ ସେ ରାଜାଙ୍କ ଛାମୁରେ ଜଣାଇଲେ, ଭୋଦେବ ମୋ ପତ୍ନୀ ମରୁଅଛି। ରାଜା ଏଥର କାରଣ ପଚାରିବାରୁ ସେ କହିଲେ ସୁଦଶାବ୍ରତ ହଜିଗଲା, ବହୁତ ଖୋଳି ପାଇଲୁ ନାହିଁ। ମୋ ପତ୍ନୀ କହିଲା ବ୍ରତ ଯଦି ନ ମିଳେ କାହାଠାରୁ ପୁରୁଣାବ୍ରତ ଗୋଟିଏ ଆଣିଲେ ମୁଁ ଅନ୍ନ ଭୋଜନ କରିବି । ରାଜା କହିଲେ ମୋ ରାଜ୍ୟରେ ସେ ବ୍ରତ କେହୁ କରୁଅଛି କହ ଆମ୍ଭେ ଆଣିଦେବୁ । ମନ୍ତ୍ରୀ ଶୁଣି କହିଲେ ଆପଣଙ୍କ ରାଣୀଙ୍କଠାରେ ଅଛି । ରାଜା ଏହା ଶୁଣି ରାଣୀଙ୍କୁ କହିଲେ ତୁମ୍ଭର ପୁରୁଣା ବ୍ରତ ଗୋଟିଏ ଦିଅ । ମନ୍ତ୍ରୀର ଭାର୍ଯ୍ୟା ଉପବାସେ ମରୁଅଛି । ରାଣୀ କହିଲେ ମୋର କ’ଣ ଗଲା ? ମୁଁ କିମ୍ବା ତାଙ୍କୁ ଦେବି । ରାଜା ଅନେକବାର ବୁଝାଇଲେ । ରାଣୀ ବୁଝାଇ କହିଲେ ମୁଁ ବ୍ରତ ଦେଲେ ସକଳ ସମ୍ପ ମନ୍ତ୍ରୀଙ୍କର ହେବ । ରାଜା ବଳାହାରେ ରାଣୀଙ୍କ ହସ୍ତର ବ୍ରତ ଛଡ଼ାଇ ନେଇ ମନ୍ତ୍ରୀଙ୍କ ହସ୍ତରେ ଦେଲେ। ମନ୍ତ୍ରୀ ତାହା ନେଇ ସ୍ତ୍ରୀଙ୍କୁ ଦେଲେ ।
ସେ ସ୍ନାନ କରି, ଶୁକ୍ଳପାଟ ପିନ୍ଧି, ଉପରାଣ ଦେଇ ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ବ୍ରତ ହସ୍ତରେ ଚାନ୍ଧିଲେ। ତା’ପରେ ସେ ଅନ୍ନ ଭୋଜନ କଲେ I ଅଳ୍ପଦିନ ପରେ ରାଜାଜ୍ଞର ରାଜ୍ୟ, ସମ୍ପ ଚ୍ୟୁତ ହେଲା । ପାତ୍ର ଅମାତ୍ୟମାନେ ଭଣ୍ଡାର କ୍ରୂର କଲେ । ରାଜାଙ୍କୁ ଧନ ମାଗନ୍ତି, ତୁମେ ଧନ ନଦେଲେ ରାଜ୍ୟରୁ ଅନ୍ତର ହୁଅ, ଆମ୍ଭେ ଅନ୍ୟ ରାଜା କରିବୁ । ରାଜା ଏହିକଥା ରାଣୀଙ୍କୁ କହିବାରୁ ରାଣୀ କହିଲେ – ହେ ଦେବ, ମୋତେ ଛାଡ଼ିକରି ଯିବ ନାହିଁ। ମୁଁ ତୁମ ସଂଗେ ଥିଲେ ଦୁଃଖକୁ ସୁଖ ମଣିବି । କେତେଦିନ ଅନ୍ତେ ରାଜା ନଗ୍ରରୁ ବାହାର ହୋଇଗଲେ। ରାଜାଙ୍କ ଦୁଇ ପୁଅଙ୍କୁ ଲକ୍ଷ୍ମୀ ସନ୍ତୋଷ ହୋଇ ମାୟାରେ ରାଣୀଙ୍କ ପାଖରୁ ନେଇ ସାଧବ ଘରେ ରଖ୍ ଅନ୍ତର୍ଦ୍ଧାନ ହେଲେ।
ଏଣେ ରାକାରାଣୀ ବହୁତ କଷ୍ଟ ପାଇ ଅରଣ୍ୟକୁ ଗଲେ, ବନସ୍ତରେ ଖାଇବାକୁ ପାଇଲେ ନାହିଁ, ଫଳମାନ ଅଦୃଶ୍ୟ ହେଲା । ମହାକ୍ଷୁଧାରେ ପୁଷ୍କରିଣୀ କୂଳେ ପ୍ରବେଶ କଲେ। ରାଣୀ କହିଲେ, ମୁଁ ମଳୁଖ ତଣ୍ଡୁଳ ମାଣେ ଆଣିଛି। ରାଜା କହିଲେ, ମୋତେ ବହୁତ କ୍ଷୁଧା ହେଲାଣି ମୁଠାଏ ରନ୍ଧନ କରିଦିଅ । ରାଜା ପୁଷ୍କରିଣୀରେ ପ୍ରବେଶ କରି ଦେଖୁଲେ, ମହାଲକ୍ଷ୍ମୀଙ୍କ ମାୟାରେ ମଲାମାଛ ଦୁଇଟି ପଡିଛି । ସେ ମାଛ ଦୁଇଗୋଟି ଧରିଆଣି ରାଣୀଙ୍କୁ ଦେଇ କହିଲେ, ଏ ମାଛକୁ ପୋଡ଼ିଦେବ । ରାଣୀ ଭାବିଲେ ରାଜାଙ୍କ ସନ୍ଧରୁ ଲକ୍ଷ୍ମୀ ଛାଡ଼ିଯିବାରୁ ଏମନ୍ତ କହୁଛନ୍ତି । ରାଣୀ ସେ ମାଛକୁ ଅଗ୍ନିରେ ପକାନ୍ତେ ମାଛ ଦୁଇଟି ଲକ୍ଷ୍ମୀଙ୍କ ମାୟାରେ ଅଗ୍ନିରୁ ଯାଇ ପାଣିରେ ପଡ଼ିଲେ। ରାଣୀ ଏ ବିସ୍ମୟ କଥା ରାଜାଙ୍କୁ କହିଲେ, ମଲା ମାଛ କେମନ୍ତ ଜୀବନ ପାଇଲା, ଏତ ବିପରୀତ ଅଟର, ତୁମେ ମୋ ଠାରେ ମାୟା କଲା ।
ଏହା କହି ଅନ୍ନ ଭଞ୍ଜି ରାଜାରାଣୀ ମନମାରି ବନରେ ଯାଉଛନ୍ତି । ଯାଉ ଯାଉ କମଳିନୀ ଦେଶରେ ପ୍ରବେଶ କଲେ। ସେଠାରେ ଏକ ଶାଳବୃକ୍ଷ ତଳେ ରହିଲେ। ରାଣୀ ମହାଲକ୍ଷ୍ମୀଙ୍କୁ ଚିନ୍ତାକରି ସ୍ତୁତି କଲେ। ସେ ସ୍ମୃତିରେ ମହାଲକ୍ଷ୍ମୀ ଦୟା କଲେ । ରାଜାରାଣୀ କମଳିନୀ ନଗ୍ରରେ ପ୍ରବେଶ ହେଲେ । ସେ ନଗ୍ରେ ସାଧବ ରତ୍ନାକର ଲକ୍ଷ୍ମୀଧର ତାଙ୍କ ମଣ୍ଡପରେ ବସିଛନ୍ତି । ରାଜା ସେହି ମଣ୍ଡପକୁ ଗଲେ । ରାଣୀ ଅନ୍ୟ ବାଟେ ପୁଷ୍କରିଣୀ କୂଳେ ପ୍ରବେଶ କଲେ । ରାଣୀ ସର୍ବଶୂନ୍ୟ ଦେଖୁଖ କ୍ରୋଧ କଲେ । ସେ ଦିନ ଶନିବାର ସପ୍ତମୀ । ସାଧବ ଭାର୍ଯ୍ୟା ସାତବୋହୂ ନାତି ନାତୁଣୀ ଘେନି ପୁଷ୍କରିଣୀକୁ ସ୍ନାନ କରିବାକୁ ଆସିଛନ୍ତି । ରାଣୀଙ୍କୁ ଦେଖା ପଚାରିଲେ ମାୟେ ! ତୁମେ କାହୁଁ ଅଇଲ ? ରାଣୀ ବୋଇଲେ ମୁଁ ବଡ଼ ଦୁଃଖୀ । ସାଧବାଣୀ କହିଲେ, ତୁମେ ଆମ ଘରେ ରହିବ କି ? ରାଣୀ ବୋଇଲେ, ଯେବେ ତୁମେ ରଖୁବ ମୁଁ ରହିବି ତୁମ୍ଭେ ସତ୍ୟ କର।
ଏହା ଶୁଣି ସାଧବାଣୀ ବୋଇଲେ ମୁଁ ସତ୍ୟ କଲି କହ ରାଣୀ କହିଲେ, ମୋତେ ପାଲଟା, ଉଦ୍ଦିଷ୍ଟ ଛୁଆଇବ ନାହିଁ। ସାଧବାଣୀ କହିଲେ ମୋର ଅନେକ ଦାସୀ ଅଛନ୍ତି । ତୁମ୍ଭେ ପାଲଟା ଧୋଇବ ନାହିଁ I ତୁମେ ମୋ ଝିଅଙ୍କ ସଙ୍ଗେ ସାଙ୍ଗ ହୋଇ ରହିବ । ଏମନ୍ତ ଶୁଣି ରାଣୀ ସାଧବ ଘରେ ରହିଲେ। ଏଣେ ରାଜାଙ୍କୁ ସାଧବ ବୋଇଲେ, ହେ ମହାତ୍ମା ! ତୁମେ କାହୁଁ ଅଇଲ? ରାଜା ବୋଇଲେ, ଭାଇ ହେ କିମ୍ପା ସଙ୍କୁଳ । ମୋତେ ଘର ଖଣ୍ଡିଏ ଦିଅ, ମୁଁ ଭିକ୍ଷାମାଗି ଚଳିବି । ସାଧବ କହିଲେ ଆମ୍ଭ ରାଜ୍ୟରେ କେହି ଭିକ୍ଷା କରନ୍ତି ନାହିଁ। ତୁମ୍ଭେ ମୂଲ ଲାଗି ପାରିବ କି ? ରାଜା ବୋଇଲେ, ମୂଲ ଲାଗିଲେ ହେବ କି ? ଏହା ଶୁଣି ରାଜାକୁ ଘରକୁ ନେଇଗଲେ। ସାଧବ ଘରେ ରାଜା ନିରୀକ୍ଷକ ପଣେ ରହିଲେ, ରାଣୀ ପରିଜନ ହୋଇ ରହିଲେ।
ଶ୍ରୀଲକ୍ଷ୍ମୀଙ୍କ କୃପାରୁ କିଛିଦିନ ଅନ୍ତେ ସାଧବ ଭାତ ତିଅଣ ନାନାବର୍ଣ୍ଣର କରି ଏକାବେଳେ ରାଜାଙ୍କୁ ଦେଇ କହିଲେ, ହେ ମହାତ୍ମା ଏହା ଧରି ବିଲକୁ ଯିବା । ରାଜା ମୁଣ୍ଡରେ ଭାତ ତିଅଣ ନେଇ କିଛି ଦୂରଯାନ୍ତେ ରାଜାର ଦୁଃଖ ଶ୍ରୀଲକ୍ଷ୍ମୀ ଜାଣି ମାୟାରେ ରାଜା ମୁଣ୍ଡରୁ ବୋଝ ଫୋପଡ଼ାଇଦ୍ୟନ୍ତେ ଭାତ ତିଅଣ ନଷ୍ଟ ହେଲା। ସାଧବ କହିଲେ ମହାତ୍ମା ତୁମେ ବଡ଼ ପାପୀ । ଏହା କହି ତାହାଙ୍କୁ ନିରେଖି ଚାହିଁଲେ । ଦେଖଲେ ବିଦ୍ୟାଧର ପ୍ରାୟ ଦିଶୁଛନ୍ତି । ଅନ୍ୟ ଭାତ ତିଅଣ ବିଲକୁ ନେଲେ ରାଜା ସାଧବ ଘରେ ରହିଲେ। ଏମନ୍ତ କିଛି ଦିନ ଅନ୍ତରେ ଗ୍ରହଣ ପଡ଼ିଲା । ସମସ୍ତେ ନଦୀକୁ ସ୍ନାନ କରିଗଲେ I ସାଧବାଣୀ ରାଣୀଳୁ କହିଲେ ସ୍ନାନକୁ ଯିବା, ରାଣୀ ବୋଇଲେ ତୁମେ ସମସ୍ତେ ଯାଅ, ମୁଁ ପରେ ଯିବି । ସାଧବାଣୀ ଝିଅ ଓ ବୋହୂ ଗନ୍ତାଘରୁ ଅଳଙ୍କାର ଫରୁଆ ଆଣି ରାଣୀଙ୍କୁ ଦେଇଗଲେ।
ରାଣୀ ବସି ଅ ।ରୁ ଖଡି଼ କାଢ଼ି ଗୋଟିଏ ପିତୁଳା ଲେଖିଲେ। ଲକ୍ଷ୍ମୀଜ୍ଞ ମାୟାରୁ ସେ ପିତୁଳାରୁ ହଂସଟିଏ ବାହାରି ଅଳଙ୍କାର ଫରୁଆ ଗିଳିଲା। ରାଣୀ ଏହା ଦେଖୁ ବିସ୍ମୟ ହେଲେ, ଏକି ବିପରୀତ । ଏମନ୍ତ ସମୟେ ସାଧବାଣୀ, ସ୍ନାନ ସାରି ଆସି ବୋଇଲେ, ଅଳଙ୍କାର ଫରୁଆ ଦିଅ। ରାଣୀ କହିଲେ ମାଏ, ତୁମ ଅଳକ ଳଙ୍କାର ଫରୁଆ ଏ କାନ୍ଥର ଚିତ୍ର ପିତୁଳା ଗିଳିଲା। ସାଧବାଣୀ ଭାବିଲେ ଏ ଲକ୍ଷ୍ମୀଛଡ଼ା ହୋଇଛନ୍ତି ସେ ଅନ୍ୟ ଅଳଙ୍କାର ଆଣି ଲଗାଇଲେ । ଏ ଅନ୍ତରେ ମାଘ ଶୁକ୍ଳ ଦଶମୀ ଗୁରୁବାରେ ସୁଦଶା ବ୍ରତ ପଡ଼ିଲା ।
ସାଧବାଣୀ ମହା ଆନନ୍ଦରେ ଘର ଲିପାପୋଛା କରି, ଝୋଟି ଆଦି ଦେଇ, ସ୍ତମ୍ଭମାନଙ୍କରେ ଶୁକ୍ଳ ପାଟ ବେଢାଇଛି । ଉପରେ ଫୁଲ ଚାନ୍ଦୁଆ ଲମ୍ବାଇ କମଳିନୀଙ୍କୁ ଖଟୁଳିରେ ବିଜେ କରାଇଲେ । ଦଶନାଡ଼ ଦୁବ, ତଣ୍ଡୁଳ ଦଶଟି, ଶୁକ୍ଳ ପାଟସୁତାରେ ଦଶହାତ ତିନିଗୁଣ କରି ଦଶଗଣ୍ଠି ପକାଇ ଲକ୍ଷ୍ମୀବ୍ରତ ବୋଲି ଆନନ୍ଦ ହେଉଛନ୍ତି । ଏହା ଦେଖୁ ରାଣୀ ସାଧବାଣୀଙ୍କୁ ପଚାରିଲେ, ଏ ଉତ୍ସବ କ’ଣ ? ସାଧବାଣୀ କହିଲେ, ଏ ବ୍ରତ କଲେ ମନୋବାଞ୍ଛା ସିଦ୍ଧି ହୁଏ । ଏ ବ୍ରତର ନାମ ସୁଦଶା ବ୍ରତ । ସାଧବାଣୀ ରାଣୀଙ୍କୁ କହିଲେ ତୁମେ ଏ ବ୍ରତ ଆମ ଘରେ କର । ରାଣୀ ସ୍ଵୀକାର କରି ବ୍ରତ ପାଳିଲେ।
ତା’ପରେ ସାଧବାଣୀ ଖଟୁଳିରେ ମହାଲକ୍ଷ୍ମୀଙ୍କୁ ବସାଇ ଶୁକ୍ଳ ପାଟେକ ପହୁଡ଼ି, ନେତର ମୁଚୁଳି ଦେଇ ବିଜେ କରାଇଲେ । ବ୍ରାହ୍ମଣଙ୍କୁ ବରଣ କରି ଆଣି ସୁଦଶାବ୍ରତ କଥା ଶୁଣିଲେ। ହୁଳହୁଳି ଦେଲେ, ଯେ ଯାହା ମନରେ ଧ୍ୟାନ କଲେ। ରାଣୀ ମନେ ମନେ ଧ୍ୟାନ କଲେ – ହେ ଲକ୍ଷ୍ମୀ, ତୁମ୍ଭେ ମୋର ମନୋବାଞ୍ଛା କାଣ, ଏମନ୍ତ ବୋଲି ରାଣୀ ରୋଦନ କରି ସେ ସ୍ତୁତି କଲେ ଭୋ ମାତ ତ୍ରୈଲୋକ୍ୟପାଳିନୀ, ଜଗତଜନନୀ, ହରିପ୍ରିୟା, ଜଗନ୍ନାଥ ବଲ୍ଲଭା, ପରମବୈଷ୍ଣବା, କୃଷ୍ଣବଲ୍ଲଭା, ଜନକ କୁମାରୀ, ସିନ୍ଧୁ ନନ୍ଦିନୀ, ଦାରିଦ୍ର୍ୟ ଭଞ୍ଜନୀ ମୋତେ କରୁଣାକର।
ରାଣୀଙ୍କ ବିନୟ ଶୁଣି ଲକ୍ଷ୍ମୀ ସନ୍ତୋଷ ହୋଇ ସୁପ୍ନ ପ୍ରା ପ୍ରାୟେ ସେ ରାଣୀଙ୍କୁ ଚେତାଇ କହିଲେ, ମୋର ବ୍ରତ ଅନ୍ୟକୁ ଦେବାରୁ ଏ ଅବସ୍ଥା ପାଇଲୁ । ପୁନରପି ତ୍ ତୁମ୍ଭେ ରାଜାରାଣୀ ହୋଇ ରହିବ। ଏହା କହି ସେ ଅନ୍ତର୍ଦ୍ଧାନ ନ ହେଲେ। ଯେ ଯାହା ଦୁବଚାଉଳ ଘେନି ବ୍ରତ ହାତରେ ବାନ୍ଧିଲେ ଓ ପ୍ରସାଦ ସେଚନ କଲେ। ତେଣେ ଯେ ରାଜକଟକ ହତପାତ ହୋଇଥିଲା। ଲକ୍ଷ୍ମୀନଗରରେ ରାଇଲେ। ପ୍ରତ୍ୟେକ ତ୍ଯକ ପରସ୍ପରରେ ରେ ରାଜା ହେବୁ କହି ଗୋଳ କଲେ। ତହୁଁ ମନ୍ତ୍ରୀ କହିଲେ – ଏବେ ଆମ୍ଭ ବୋଲକର । ପାଟହସ୍ତୀ ମୁଣ୍ଡରେ ପୂର୍ଣ କଳସ ଥୋଇବା । ସେ ପୂର୍ଣ କଳସୀ ଯା ମୁଣ୍ଡରେ ଢାଳିବ ସେ ରାଜା ଜା ହେବ । ଏହା ଏହା ସମସ୍ତେ ସମ ସମ୍ମତ ହେଲେ ।
ପାଟହସ୍ତୀ ମୁଣ୍ଡରେ ସୁବର୍ଣ୍ଣ କଳି ଦେଇ କହିଲେ, ଭୋ ହସ୍ତୀ, ରାଜ୍ୟକୁ ଯେ ଯୋଗ୍ୟ ହେବ ତାହାରି ଉପରେ ଏ କଳସ ଢାଳିବ ସେ ହସ୍ତୀକୁ ମେଲାଣି ଦେଇ ସମସ୍ତେ ପାଦେ ଏପରି କହି ଲୋକେ ପ୍ରାୟେ ପଡ଼ି ଶୋଇଲେ। ରାଜା ଯେଉଁ ବାଟେ ଯାଇଥିଲେ ସେହି ରାସ୍ତା ଦେଇ ହସ୍ତୀ ସାଧବ ନଗରେ ପ୍ରବେଶ କରି ବିକ୍ରମାଦିତ୍ୟଙ୍କୁ ମୁଣ୍ଡରେ ସୁବର୍ଷ କଳସ ଢାଳିବାରୁ ଲୋକେ ତାଙ୍କୁ ପୁନରପି ରାଜା କରାଇଲେ । ସେଠାରେ ରାଜାଙ୍କୁ ସମସ୍ତେ ଭକ୍ତିକଲେ। ରାଜା ବୋଇଲେ ଲକ୍ଷ୍ମୀଧର ସାଧବଙ୍କୁ ବେଗେ ଖୋଜି ଆଣ । ଆଜ୍ଞାପାଇ ସମସ୍ତେ ଖୋଜିଲେ, ସାଧବକୁ ନ ପାଇ ଲୋକେ ରାଜାଙ୍କୁ ଜଣାଇଲେ । ରାଜା ବିସ୍ମିତ ହୋଇ କହିଲେ – ସାଧବ ମୋର ଉପକାର କରିଛି ତାଙ୍କୁ ବେଗେ ମୋ ପାଖେ ହାଜର କରାଅ ।
ପୁନଶ୍ଚ ଢ଼ଗରମାନେ ଯାଇ ଖୋଜି ରାଜାଙ୍କ ଛାମରେ ଦେଲେ, ସାଧବ ବହୁତ ବିନୟ ହୋଇ କହିଲା, ମୁଁ ଆପଣଙ୍କଠାରେ ଅପରାଧ କଲି ମୋତେ କ୍ଷମା କରନ୍ତୁ । ରାଜା ବୋଇଲେ ତୁମର ଉପକାର ମୁଁ ଶୁଝି ପାରିବି ନାହିଁ। ସାଧବ କହିଲେ ତୁମଙ୍କୁ ଲକ୍ଷ୍ମୀ ଅନୁଗ୍ରହ କଲେ | ଏମନ୍ତ କହି ସେ ରାଜାଙ୍କୁ ପାଟବସ୍ତ୍ର ଦେଲେ। ସାଧବ ସେ ରାଜ୍ୟରେ ମନ୍ତ୍ରୀପଣେ ରହିଲେ । ରାଜା ହସ୍ତିରେ ବିଜେକଲେ, ରାଣୀ ଓ ସାଧବାଣୀ ଛାନ୍ଦୋଳାରେ ବିଜେକଲେ। ଯାଆନ୍ତେ ଦେଖିଲେ ସେ ପୁଷ୍କରିଣୀ କୂଳେ ମଲାମାଛ ଦୁଇଗୋଟି ପଡିଛି । ରାଜାରାଣୀ ଦେଖୁ ହସିଲେ। ତହଁଯାନ୍ତେ ମହାଲକ୍ଷ୍ମୀ ବ୍ରାହ୍ମଣୀ ରୂପେ ଆସି ପୁଅ ଦୁଇଟିକୁ ଦେଇଦେଲେ। ପୁତ୍ରକୁ ଘେନି ରାଜା ଆପଣା ରାଜ୍ୟ ପ୍ରବେଶ ହେଲେ। ପାତ୍ରମନ୍ତ୍ରୀମାନେ ଆସିଲେ, ଲକ୍ଷ୍ମୀଧର ସାଧବଙ୍କୁ ଉଆସ ତୋଳାଇଦେଲେ। ରାଜା ବିସ୍ମୟ ହୋଇ ରାଣୀଙ୍କୁ ପଚାରିଲେ ଆମ୍ଭର ରାଜ୍ୟ କାହିଁକି ଭ୍ରଷ୍ଟ ହେଲା ଓ କି ପୁଣ୍ୟ ବଳରେ ଆମ୍ଭେ ଏହା ପୁନରପି ପାଇଲେ? ରାଣୀ ବୋଇଲେ ତୁମେ ମୋ ବ୍ରତ ମନ୍ତ୍ରୀକି ଦେବାରୁ ଆମେ ହତଲକ୍ଷ୍ମୀ ହେଲୁ ।
ପୁନଶ୍ଚ ବ୍ରତ କରିବାରୁ ରାଜତ୍ୱ ପ୍ରାପ୍ତ ହେଲା I ରାଜା ବୋଇଲେ ବ୍ରାହ୍ମଣଙ୍କୁ ଡାଳି ବ୍ରତ ବିଧାନ କହ ଶୁଣିବା । ଆଜ୍ଞା ପ୍ରମାଣେ ବ୍ରାହ୍ମଣ ଆସି ପଦ୍ମପୁରାଣ କଥା କହିଲେ I ଯେଉଁଦିନ ଶୁକ୍ଳପକ୍ଷ ଦଶମୀ ଗୁରୁବାର ପଡ଼ିବ ସେଦିନ ସୁଦଶା ବ୍ରତ ହୁଏ। ଦଶଖୁଅ ଖୁଅ ସୂତା ତ୍ରିଗୁଣ କରିବ, ପୁଷ୍ପ ଦଶପ୍ରକାର ଓ ମଣ୍ଡା ଦଶଗୋଟି କରିବ। ଏ ଉ ରେ ଚତୁବର୍ଷରେ ଉଦ୍ୟାପନ କରିବ। ଉଦ୍ୟାପନ ପାଳିଲେ ସୁବର୍ଣ୍ଣର ଦଶ, ନାଡ଼, ଦୂବ ଦଶଗୋଟି ପଇତା, ଦୂବ ଦୁବ ଦଶଟି, କଜ୍ଜଳପାତି ଦଶଟି, ନୂଆକୁମ୍ଭ ଦଶଟି, ଏସବୁର ସୁବର୍ଶର କରିବ ହେ ରାଜା ! ଏମନ୍ତ ବିଧାନ କଲେ ସକଳ ସିଦ୍ଧି ହୁଏ । ଏ ବ୍ରତ କରି ଉଦ୍ୟାପନା ନ କଲେ ବଡ଼ ଦୋଷ । ସେ ରାଜା ଏହିମତେ ବ୍ରତ କରିବାକୁ ଏକ ଦ୍ୱୀପରୁ ସପ୍ତଦ୍ଵୀପ ଯାଏ ଶ୍ରୀଲକ୍ଷ୍ମୀଙ୍କ କୃପାରୁ କା ହୋଇଥ୍ ଥିଲେ। ବ୍ରତର ମହିମା ବଡ଼ । ଯେଉଁମାନେ ଏ ବ୍ରତ କରନ୍ତି ପୂର୍ଗ ସମ୍ପଦ ପାଆନ୍ତି । ସେ ଦରିଦ୍ର ହଅନ୍ତି ନାହିଁ । ରାକ এ
ଇତି ଶ୍ରୀ ମହାଲକ୍ଷ୍ମୀ ସୁଦଶା ବ୍ରତ କଥା ସମ୍ପୂର୍ଣ ।
Found a Mistake or Error? Report it Now